ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ବାଂଲାଦେଶୀ, ବିଏସଏଫ ନେଲା ଏଭଳି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତର ପଡୋଶୀ ଦେଶ ବାଂଲାଦେଶରେ ହିଂସା ଏବଂ ଅଶାନ୍ତି ଦେଖାଦେଇଛି, ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପରେ ସେଠାରେ ଆଇନ ବ୍ୟବସ୍ଥା ନଷ୍ଟ ହୋଇଯାଇଛି । ଯାହା ପରେ ଭାରତୀୟ ସୀମାରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟର ସୀମା ଦେଇ ବାଂଲାଦେଶୀମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡିବା ପରେ ପରିସ୍ଥିତିକି କାବୁ କରିବା ପାଇଁ ଅନ୍ତରୀମ ସରକାର ଗଠନ କରାଯାଇଛି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି ।
ବାଂଲାଦେଶରେ ବିଗୁଡିଥିବା ସ୍ଥିତକୁ ଦେଖି ବାଂଲାଦେଶ ନାଗରିକମାନେ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମାରୁ ଅନୁପ୍ରବେଶକାରୀଙ୍କୁ ଧରାଯାଇଛି । ଭାରତ ୧୫ତାରିଖରେ ସ୍ବାଧୀନତା ଦିବସ ମନେଇବାକୁ ଯାଉଛି । ଏହି ପରିସ୍ଥିତିରେ ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ପଡୋଶୀ ଦେଶର ଅସ୍ଥିରତା ପାଇଁ ଅନୁପ୍ରବେଶକାରୀମାନେ ସଂଖ୍ୟା ବଢିଯାଇଛି । ନିକଟରେ ୧୧ବାଂଲାଦେଶୀ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ ହାତରେ ଧରାପଡିଥିଲେ । ଏହାକୁ ଦୃଷ୍ଟିରେ ରଖି ଅବୈଧ ଭାବେ ଭାବରେ ପ୍ରବେଶ କରୁଥିବା ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖାଯାଇଛି ।
ବିଏସଏଫଙ୍କ ଅନୁଯାୟୀ ୧୧ବାଂଲାଦେଶୀ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗ ସୀମାରେ ଧରାହେଇଥିବା ବେଳେ ୨ଜଣ ତ୍ରିପୁରା ଏବଂ ଅନ୍ୟ ୭ଜଣ ମେଘାଳୟରୁ ଧରାପଡିଥିଲେ । ଏମାନଙ୍କୁ ପଚରାଉଚରା କରିବା ପରେ ଅନ୍ୟାନ୍ୟ ଯାଞ୍ଚ ପାଇଁ ପୋଲିସ ହେପାଜତରେ ଦିଆଯାଇଛି ।ଏହାପୂର୍ବରୁ ଉତ୍ତରାଖଣ୍ଡର ରୁଡୁକୀ ସହରରେ ଜଣେ ଅନୁପ୍ରବେଶକାରୀକୁ ଧରାଯାଇଥିଲା । ସେ ବାଂଲାଦେଶର ଖୁଲନା ଜିଲ୍ଲାର ବାସିନ୍ଦା ଥିଲେ ଏବଂ ତାଙ୍କ ନାମ ରହୀମୂଲ । ପୋଲିସ ଅନୁଯାୟୀ ବ୍ୟକ୍ତି ଜଣକ ଶନିବାର ଦିନ ସନ୍ଦିଗ୍ଧ ଅବସ୍ଥାରେ ରୁଡୁକୀ ସିଭିଲ ଲାଇନ୍ସର ଢଣ୍ଡେରା ଅଂଚଳରୁ ଗିରଫ କରାଯାଇଥିଲା । ରହିମୂଲ ଭାରତରେ ୩ମାସ ପୂର୍ବରୁ ପ୍ରବେଶ କରିଥିଲେ । ତାଙ୍କୁ ଅନୁପ୍ରବେଶର କାଣଣ ପଚାରାଯିବାରୁ ସେ ଭାରତକୁ ଟଙ୍କା କମେଇବାକୁ ଆସିଥିଲେ ବୋଲି କହିଲେ ।ଯେଉଁ ସମୟରେ ରହିମୂଲ ଉପରେ ପୋଲିସର ନଜର ପଡିଥିଲା ସେତେବେଳେ ସେ ଭାରତରେ ରହିବାକୁ ହୋଟେଲ ଖୋଜୁଥିଲେ । ତେବେ ତାଙ୍କୁ ଅବୈଧ ଭାବରେ ଭାରତରେ ପ୍ରବେଶ କରିଥିବା ମାମଲାରେ ଗିରଫ କରାଯାଇଥିଲା ।
ଆସନ୍ତା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି, ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ମଜବୁତ କରିବା ପାଇଁ ବିଏସଏଫ ଇଷ୍ଟର୍ନ କମାଣ୍ଡ୍ ଏଡିଜିଙ୍କ ଅଧ୍ୟକ୍ଷତାରେ ଫୋର୍ସର କୋଲକାତା କାର୍ଯ୍ୟାଳୟରେ ଏକ ଅପରେସନ୍ ସମ୍ମିଳନୀ ଆୟୋଜିତ ହୋଇଥିଲା ।ଏହି ସମ୍ମିଳନୀରେ ସୀମା ନିୟନ୍ତ୍ରଣ ଏବଂ ସୁରକ୍ଷା ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା। ବାଂଲାଦେଶ ଆର୍ମି ସୀମା ସୁରକ୍ଷା ବାଂଲାଦେଶ (ବିଜିବି) ସହିତ ସହଯୋଗ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଯେତେବେଳେ ସ୍ୱାଧୀନତା ଦିବସ ପାଖେଇ ଆସୁଛି ଏବଂ ଅନୁପ୍ରବେଶ ମାମଲା ମଧ୍ୟ ବଢୁଛି ଏଭଳି ପରିସ୍ଥିତିରେ ସୀମା ସୁରକ୍ଷାକୁ ବୃଦ୍ଧି କରିବା, ସୁରକ୍ଷା ବାହିନୀ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ରଣନୀତି ପ୍ରସ୍ତୁତ କରାଯାଇଥିଲା।