ଯାଜପୁରରେ ଲଜ୍ଜା: ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା
1 min read
ଯାଜପୁର: ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଯାଜପୁରରୁ ଆସିଛି ଏକ ଲଜ୍ୟାଜନକ ଖବର । ଦଶମ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ନବଜାତ ଶିଶୁକନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଚନ୍ତି । ବରୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
ଛାତ୍ରୀ ଜଣକ ୨ଟି ବିଷୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ବି ପରୀକ୍ଷା ଥିଲା । ହେଲେ ଗତକାଲି ଛାତ୍ରୀ ଜଣଙ୍କ ଅସୁସ୍ଥ ହେବାରୁ ତାଙ୍କୁ ବରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପିଲଶ ଜନ୍ମ ହେବା ପରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଏଡିଏମଓ କହିଛନ୍ତି l
ସେପଟେ ଛାତ୍ରୀ ଜଣକ କଷ୍ଟ ପାଉଥିବା ମେଡିକାଲରେ ରହିଥିବା ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି l ମେଡିକାଲକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ମାଆ ଓ ନବଜାତ ଭଲ ଥିବା କହି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପଚାରିବାରୁ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଗଣମାଧ୍ୟମକୁ ଅଣଦେଖା କରିଛନ୍ତି । ଯାହା ଜଣାପଡୁଛି ଆଗରୁ ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ଜାଣିଥିଲେ ଓ ଏହାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହେଉଛି ।
ସେପଟେ ଛାତ୍ରୀ ଜଣକ ନିଜ ଘରୁ ସ୍କୁଲକୁ ଯାତାୟାତ କରୁଥିଲେ l ଆଡମିଟ କାର୍ଡ ନେବା ପରଠାରୁ ସେ ଆଉ ସ୍କୁଲ ଆସି ନାହାନ୍ତି l ଏବେ ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣଙ୍କ କିପରି ଅର୍ଭବତୀ ହେଲେ ? ଏହି କୁକର୍ମ ପଛରେ କାହାର ହାତ ରହିଛି ? ଅଙ୍ଗନବାଡି କର୍ମୀ, ଶିଶୁ ସୁରକ୍ଷା ଓ ସ୍କୁଲ ଶିକ୍ଷକ କିପରି ଘଟଣା ଜାଣି ପାରିଲେନି ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାର ଉଚିତ ତଦନ୍ତ କରାଯାଇ ଅଭିଯୁକ୍ତକୁ ଧରିବା ସହ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ଉଠୁଛି ।