୧୦ରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ସମେଟିଭ ଆସେସମେଣ୍ଟ ଆରମ୍ଭ ହେବ । ଯାହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ । ଏଥିପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତ୍ରୁଟିଶୁନ୍ୟ ଭାବେ ପରୀକ୍ଷା ପରିଚାଳନା କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ପରୀକ୍ଷା ହଲକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭଲ ଭାବେ ଯାଞ୍ଚ କରି କେନ୍ଦ୍ରକୁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନ ଓ ଉତ୍ତରଖାତା ରହୁଥିବା ଷ୍ଟ୍ରଙ୍ଗରୁମ୍ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରଗୁଡିକୁ ଆଜି ଠାରୁ ପ୍ରଶ୍ନପତ୍ର ପହଞ୍ଚିବା ଆରମ୍ଭ ହୋଇଛି । ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା ଶେଷ ପରେ ୫୬ କେନ୍ଦ୍ରରେ ଖାତା ଦେଖାହେବା ପାଇଁ ବ୍ୟବସ୍ଥା କରାଯାଇଛି ।