ଆସିକା: କରେନା କାଳରେ ରାଜ୍ୟରେ ବଢ଼ି ଚାଲିଛି ନିଶା କାରବାର। କେତେବେଳେ ଧଳା ଜହର ଜବତ ହେଲାଣିତ ପୁଣି କେତିବି ଦେଶି ମଦ ଆଉ ଗଞ୍ଜେଇ। ବଡର ପାର ହୋଇ ଆସୁଛି ଏହି ସବୁ ନିଶା ଦ୍ରବ୍ୟ। ପୋଲିସ୍ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ସୁଧୁରୁ ନାହାନ୍ତି ମାଫିଆ।

ଗୋଟିଏ ପରେ ଗୋଟିଏ ଗଳିଆ ଉପାୟ ବାହାର କରି ବଢ଼ାଉ ଚାଲିଛନ୍ତି ନିଶା କାରବାରର ସାମ୍ରାଜ୍ୟ। ତେବେ ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୧୦୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଗଞ୍ଜେଇ ଭଞ୍ଜନଗରରୁ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହ ଚାରି ଜଣକୁ ମଧ୍ୟ ଗିରଫ କରିଛି।

ଆହୁରି ତିନି ଜଣ ଫେରାର ହୋଇଯାଇଥିବା ବେଳେ ଏମାନଙ୍କ ନାମରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଜଳରେ ଅପରାଧିକ ମାମଲା ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

