ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ, ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ ହେବ ୩୦ ଜିଲ୍ଲାର ୧୦୧ଟି ବିଦ୍ୟାଳୟ

1 min read

ଭୁବନେଶ୍ୱର: ଉତ୍କର୍ଷ ହେବ ବିଦ୍ୟାଳୟ । ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍‌ ସେକ୍ସନ ଖୋଲାଯିବ । ଭିତ୍ତିଭୂମି ପାଇଁ ପ୍ରତି ସ୍କୁଲକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ସ୍କୁଲ ଛାତ୍ରଛାତ୍ରୀ ସଂଖ୍ୟା ଅନୁସାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯିବ । ରାଜ୍ୟର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏହି ପଦକ୍ଷେପ ନିଆଯାଇଛି । ସ୍କୁଲର ପରିଚାଳନା ବ୍ୟବସ୍ଥା ଉନ୍ନତି କରିବା, ଶିକ୍ଷା ଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ।

୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏ କ୍ଷେତ୍ରରେ ଅନ୍ୟ ସ୍କୁଲରକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ RTE ଆକ୍ଟ ଅନୁଯାୟୀ ସ୍ଥାନାନ୍ତର ବାବଦରେ ଭତ୍ତା ସର୍ବାଧିକ ୫ ହଜାର ଟଙ୍କା ଦିଆଯିବ ।

 

Leave a Reply