୧୦୧ ରେ ପହଞ୍ଚିଲା ସତ୍ୟଜିତର ଗାର୍ଲଫ୍ରେଣ୍ଡ ଲିଷ୍ଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଲମ୍ବିଲା ରୋମିଓ ସତ୍ୟଜିତ ସାମଲର ପ୍ରେମିକା ତାଲିକା । ୧୦୧ ରେ ପହଞ୍ଚିଲା ସତ୍ୟଜିତର ଗାର୍ଲଫ୍ରେଣ୍ଡ ଲିଷ୍ଟ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ସନ୍ଦିଗ୍ଧ ଯୁବତୀ । ଲକ୍ଷାଧିକ ଟଙ୍କା ଠକେଇ ନେଇ ଅଭିଯୋଗ ଆଣିଛନ୍ତି ଯୁବତୀ । ଠକେଇ ଟଙ୍କାରେ ଜମି, ସୁନା ଓ ଗାଡି କିଣିଥିଲା ସତ୍ୟଜିତ । ପୁରୀ ଓ ଯାଜପୁର ରେ ଜମି ସମ୍ପର୍କରେ ତହସିଲଦାରଙ୍କ ସହ କଥା ହେଲା ପୋଲିସ ।ମାଟ୍ରିମୋନିଆଲ ସାଇଟରୁ ମିଳିଲା ସାଙ୍ଘାତିକ ସୁରାକ । ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲେ ସତ୍ୟଜିତ । ଫରେନ ଯୁବତୀଙ୍କୁ ବିବାହ ପାଇଁ ପଠାଉଥିଲା ରିକ୍ୟୁଏଷ୍ଟ । ବ୍ୟାଙ୍କ ଆକାଉଣ୍ଟ କୁ ଠାବ କରି ଅଧିକ ତଦନ୍ତ ଚାଲିଛି । ଦ୍ଵିତୀୟ ଥର ପାଇଁ ରିମାଣ୍ଡ ବେଳେ ସତ୍ୟଜିତକୁ ଚାଲିଛି ଜେରା । ବର୍ତ୍ତମାନ ସୁଦ୍ଧା ୩ ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି ।

ହାର୍ଡ ଡ୍ରାଇଭ ଓ ଲାପଟପ ରୁ ମିଳିଛି ବହୁ ଆପତ୍ତିଜନକ ଭିଡିଓ । ୫ ଦିନିଆ ରିମାଣ୍ଡରେ ମାରାଥନ ଜେରା କରୁଛି ପୋଲିସ । ୨ ଟି ସ୍ପେଶାଲ ଟିମ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଇଛି । କିନ୍ତୁ ଏହାରି ଭିତରେ ପୋଲିସ ପାଖକୁ ଆସିଛି ଆଉ ଏକ ନୂଆ ଅଭିଯୋଗ । ଠକେଇ ଓ ଆର୍ମସ ଆକ୍ଟରେ ୩ ଟି ମାମଲା ରୁଜୁ କରାଯାଇଛି ।