ଭାରତରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା, ଦେଶରେ ଶହେ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍‌

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍ । ଆଇସିଏମଆରର ଗବେଷଣାରେ ଚମକେଇଲା ଭଳି ତଥ୍ୟ ପ୍ରକାଶ ପାଇଛି । ଏଥିସହ ଦେଶରେ ଡାଇବେଟିସର ପୂର୍ବସ୍ଥିତିରେ ୧୫ ପ୍ରତିଶତ ଲୋକ ଅଛନ୍ତି । ଯାହା ଆଗକୁ ସ୍ଥିତି ଗମ୍ଭୀର କରିପାରେ । ଗୋଆ, ପୁଡୁଚେରୀ, କେରଳରେ ଜାତୀୟ ହାରଠୁ ଅଧିକ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ରହିଛି । ଏହି ସଂଖ୍ୟା ଗତ ୪ ବର୍ଷରେ ୪୪ ପ୍ରତିଶତ ବଢିଛି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଦିଓ କମ ରହିଛି ତେବେ ଆଗକୁ କିଛି ବର୍ଷ ଭିତରେ ରୋଗୀଙ୍କ ସଂଖ୍ୟା ବଢିବ । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସୁଥିବାରୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମଧୁମେହ ଦେଖିବାକୁ ମିଳିଛି ।