ନେଟଫ୍ଲିକ୍ସ ନାରେ ଲୁଟିଲେ ଶହେ କୋଟି

ନେଟଫ୍ଲିକ୍ସ ନାରେ ଲୁଟ୍ କଲେ ୧ ଶହ କୋଟି । ନେଟଫ୍ଲିକ୍ସରେ ଚଳଚ୍ଚିତ୍ର ବନାଇବା ପ୍ରଲୋଭନ ଦେଖାଇ ଜଣେ ଆମେରିକା ବ୍ୟକ୍ତି ଶହେ କୋଟି ଟଙ୍କା ଲୁଟ୍ କରିଛି । ଏହି ଠକାମି ମାମଲାରେ ତାକୁ ୮ ବର୍ଷର କାରାଦଣ୍ଡ ମିଳିଛି । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୩ ବର୍ଷୀୟ ଏଡମ୍ ଜାଇନର୍ । ଯିଏ ନେଟ୍ ଫ୍ଲିକ୍ସରେ ଫିଲ୍ମ ରିଲିଜ୍ କରିବା ନାରେ ଏତେ ଟଙ୍କାର ଠକେଇ କରିଛି ।

ରିପୋର୍ଟ ଅନୁସାରେ, ଏଡମ୍ ଜାଇନର୍ କାଲିଫର୍ଣ୍ଣିଆ ବାସିନ୍ଦା । ନେଟ୍ ଫ୍ଲିକ୍ସରେ ଚଳଚ୍ଚିତ୍ର କରାଇଦେବା ଆଶା ଦେଖାଇ ନିବେଶକଙ୍କଠୁ ୧୪ ମିଲିୟନ ଡଲାର ଠକିଥିଲା । ଯାହାର ଭାରତୀୟ ମୂଲ୍ୟ ଶହେ କୋଟିରୁ ଅଧିକ । ଏଥିପାଇଁ ତାକୁ ୯୭ ମାସର କାରାଦଣ୍ଡ ମିଳିଛି । କେବଳ ଏତିକି ନୁହେଁ ନିବେଶକଙ୍କଠୁ ଠକିଥିବା ସମସ୍ତ ଟଙ୍କା ଫେରସ୍ତ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛି ।

ନିବେଶକଙ୍କଠୁ ଏସିଆଇ ନିବେଶ ଫର୍ମ ଭରିଥିବା ବେଳେ ଏହାର ଉପଯୋଗ ସେ ‘ଲିଜେଣ୍ଡ’ ନାମକ ଏକ ଚଳଚ୍ଚିତ୍ରରେ କରିବ ବୋଲି ଜାଇନର୍ ଲୋକଙ୍କୁ ଭଣ୍ଡେଇ ଥିଲା । ଏଥିସହ ଏହି ଚଳଚ୍ଚିତ୍ରରେ ଡେଭି କ୍ରାକେଟ୍, ଜନ୍ ହେନରୀ, କେଲାମିଟ୍ ଜେନ୍, ପଲ୍ ବ୍ୟାନିୟନ ସହିତ ଅନେକ ଆମେରିକୀୟ ଚଳଚ୍ଚିତ୍ର ତାରକା ଅଭିନୟ କରୁଛନ୍ତି ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲା ।

Leave a Reply