ଏକାମ୍ର-ଭୁବନେଶ୍ୱର ବିକାଶ ପାଇଁ ୧୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ବିକାଶ ପଥେ ଏକାମ୍ର । ଏକାମ୍ର-ଭୁବନେଶ୍ୱର ପାଇଁ ୧୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଦ୍ୱାରା ପୁରୁଣା ଭୁବନେଶ୍ୱର ଓ ଲିଙ୍ଗରାଜ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ।

ବରମୁଣ୍ଡା ହାଉସିଂ ବୋର୍ଡ, ଏଚଆଇଜି ଓ ଜଗନ୍ନାଥ ବିହାରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଗଙ୍ଗୁଆ ପାଖ ଜାତୀୟ ରାଜପଥ ୨୦୩ରୁ କପିଳେଶ୍ୱର  ମନ୍ଦିର ଯାଏଁ ନୂଆ ରାସ୍ତା ନିର୍ମାଣ ହେବ । ଭୁବନେଶ୍ୱର-ପୁରୀ ରୋଡରେ କେଦାରଗୌରୀ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ହେବ । ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀରେ ଭୂତଳ ଓ ସୁଉଚ୍ଚ ଜଳ ଭଣ୍ଡାର ଲୋକାର୍ପିତ ହେବ । ବିଏମସି ୫୩ ଓ ୭୬ ନମ୍ବର ୱାର୍ଡବାସୀଙ୍କ ପାଇଁ ନୂଆ ଗୃହ ନିର୍ମାଣ ହେବ । ସମ୍ ହସ୍ପିଟାଲ ସମ୍ମୁଖ ରାସ୍ତା ଆଲୋକୀକରଣ ହେବ ।

ଧଉଳୀ ଶାନ୍ତିସ୍ତୁପର ନବୀକରଣ, ଦୟା ପଶ୍ଚିମପାଖ ନଦୀକୂଳର ଉନ୍ନତିକରଣ ହେବ । ଶାଖା କେନାଲରେ ଭି.ଆର ବ୍ରିଜ୍ ନିର୍ମାଣ ହେବ । ଦୟା ଦକ୍ଷିଣପାର୍ଶ୍ୱ ନଦୀବନ୍ଧଠାରୁ ଜାଡୁମଲ୍ଲୀ ମନ୍ଦିର ଯାଏ ବନ୍ଧର ପୁନରୁଦ୍ଧାର ହେବ । ଦୟା ଦକ୍ଷିଣପାର୍ଶ୍ୱ ଆଶ୍ରମ ନିକଟରେ ନଦୀବନ୍ଧର ସୁଦୃଢ଼ୀକରଣ ହେବ । କୁଆଖାଇ ଦକ୍ଷିଣପାର୍ଶ୍ୱ ବନ୍ଧର ସୁଦୃଢ଼ୀକରଣ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply