ଲକଡାଉନରେ ଜମେଇକି ପିଉଛନ୍ତି ଦିଲ୍ଲୀବାଲା,୧୦ ଦିନରେ ୧୦୦ କୋଟି

ନୂଆଦିଲ୍ଲୀ: ଲକଡାଉନ ଭିତରେ ପୁରା ଦେଶ ତାଲବନ୍ଦ । ମଲ,ସିନେମା ସବୁ ବନ୍ଦ । ରାଜ୍ୟ ସରକାର ମାନେ ରାଜସ୍ୱକୁ ନେଇ ସଂଘର୍ଷ କରୁଛନ୍ତି  । ଅନ୍ୟପକ୍ଷରେ ମଦ ଦିଲ୍ଲୀ ସରକାରଙ୍କ ପାଇଁ ଖୁସୀ ଖବର ଆଣିଛି । କରୋନାରେ ବି ଦିଲ୍ଲୀବାଲା ଦିଲ୍ ଖୋଲିକରି ମଦ ପିଉଛନ୍ତି । ଯେଉଁଥିପାଇଁ  ମଦ ଦୋକାନରୁ ତାଲା ଖୋଲିବାର ମାତ୍ର ୧୦ ଦିନ ଭିତରେ ୧୦୦ କୋଟିର ବିକ୍ରି ହୋଇଛି । ଦିଲ୍ଲୀ ଅବକାରୀ ବିଭାଗ ଅନୁସାରେ ବିଶେଷ କରୋନା ଟ୍ୟାକ୍ସ ପାଇଁ ଦିଲ୍ଲୀ ରାଜକୋଷକୁ ୬୫ କୋଟି ଟଙ୍କାର ଅଧିକ ଟ୍ୟାକ୍ସ ଆସିଛି । ପ୍ରାୟ ସେତିକି ଟଙ୍କା ଆମଦାନୀ ଶୁଳ୍କ ଭାବେ ମଧ୍ୟ ଆସିଛି । କରୋନା ପାଇଁ ରାଜକୋଷ ଖାଲି ହୋଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଅବକାରୀ ବିଭାଗ ମେ ୪ପରେ ପ୍ରାୟ ୧୦୧ କୋଟି ଟଙ୍କାର ଆୟ କରିଛି । ୨୦୧୯ରେ ଅବକାରୀ ବିଭାଗ ପ୍ରତ୍ୟକ ଦିନ ୨୦ରୁ ୨୨ କୋଟି ଟଙ୍କାର ମଦ ବିକ୍ରି କରିଥିଲା । ସେତେବେଳେ ଅବକାରୀ ବିଭାଗ ପ୍ରତିଦିନ ହାରାହାରି ୧୫ କୋଟି ଟଙ୍କା ଆୟ କରୁଥିଲା । ଲକଡାଉନ୍ ୩.୦ରେ ଦିଲ୍ଲୀରେ ମାତ୍ର ୨୦ ପ୍ରତିଶତ ମଦ ଦୋକାନ ଖୋଲିଛି । ଅନ୍ୟପକ୍ଷରେ ଦିଲ୍ଲୀର ସବୁ ବାର ଓ କ୍ଲବ୍ ବନ୍ଦ ଅଛି ।

ମେ ୪ରୁ ଆରମ୍ଭ ହୋଇଥିଲା ବିକ୍ରି

ଦିଲ୍ଲୀର ଲକଡାଉନ ଦ୍ୱିତୀୟ ପର୍ଯ୍ୟାୟ ସରିବା ପରେ ମେ’ ୪ ତାରିଖରୁ ମଦ ବିକ୍ରି ଆରମ୍ଭ ହୋଇଥିଲା । ଏହାସହ ଦିଲ୍ଲୀ ସରକାର ସବୁ ମଦ ଉପରେ ୭୦ ପ୍ରତିଶତର କରୋନା ଟ୍ୟାକ୍ସ ଲାଗୁ କରିଥିଲେ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ୧୬୦ ଦୋକାନରେ ମଦ ବିକ୍ରି ହେଉଛି । ପ୍ରଥମ ଦିନ ଦିଲ୍ଲୀରେ ୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା । ଅନ୍ୟପକ୍ଷରେ  ମେ’ ୯ ତାରିଖରେ ସର୍ବାଧିକ ୧୮ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ।

 

Leave a Reply