ସୁଧୁରିବ ଦେଶର ଆର୍ଥିକ ସ୍ଥିତି, ଆସିବ ୧୦୦ ଆରବ ଡଲାରର ନିବେଶ

1 min read

ନୂଆଦିଲ୍ଲୀ: ଦେଶର ଆର୍ଥିକ ସୁଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ଆର୍ଥିକ ବର୍ଷରେ ଏଫଡିଆଇ ମାଧ୍ୟମରେ ୧୦୦ ଆରବ ଡଲାରର ନିବେଶ ଆସିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ନିବେଶକୁ ଭାରତ ସଫଳତା ପୂର୍ବକ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ୧୦୧ଟି ଦେଶରୁ ନିବେଶ ଆସିଥିବା ବେଳେ ଆଗକୁ ଆହୁରି ଆସିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୮୩.୬ ଆରବ ଡଲାରର ନିବେଶ ଭାରତକୁ ଆସିଥିଲା ।

ବିଦେଶରୁ ଆସୁଥିବା କମ୍ପାନୀଙ୍କ ପାଇଁ ସରକାର ଉଦାର ନୀତି ଅବଲମ୍ବନ କରୁଛନ୍ତି । ଏଥିସହ ଅନାବଶ୍ୟକ ନୀତି ପାଳନ କରିବାରେ ଢିଲା ଦେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ବିଭିନ୍ନ ନୀତି ସଂଶୋଧନ ପରେ ପ୍ରତିରକ୍ଷା କ୍ଷେତ୍ରରେ ୪୯୪ କୋଟିର ନିବେଶ ଆସିଥିଲା ।