spot_img

Latest Posts

ମୟୂରଭଞ୍ଜରେ ୧୦୦ ଶଯ୍ୟା ବିଶିଷ୍ଟ କିମସ କୋଭିଡ ହସ୍ପିଟାଲ ଉଦଘାଟନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍କିଶୋଳ ଠାରେ ଆଜିଠାରୁ କାର୍ଯ୍ୟକାରୀ ହେଲା କିମସ କୋଭିଡ ହସ୍ପିଟାଲ। ପୂର୍ବଵର୍ଷ ପରି ବାରିପଦା ସହର ଉପକଣ୍ଠ ର ଥିବା ବାଙ୍କିଶୋଳ ଠାରେ ଏହି ହସ୍ପିଟାଲ କୁ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଉଦଘାଟନ କରିଥିଲେ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ରେ ୨୦ ଟି ଆଇସିୟୁ ଏବଂ ୧୦ ଟି ଭେଣ୍ଟିଲେଟର ରହିବା ପାଇଁ ବ୍ୟବସ୍ଥା ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୁପଭାନୁ ମିଶ୍ର, କୋବିଡ ନୋଡାଲ ଅଫିସର ଗ୍ୟାନରଞନ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ଏବଂ କିମସ କୋଵିଡ ହସ୍ପିଟାଲ ଇନଚାର୍ଯ ଡକ୍ଟର ସରୋଜ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Latest Posts

Don't Miss