ପଞ୍ଚାୟତକୁ ନାହିଁ ପକ୍କା ରାସ୍ତା, ୧୦ ଖଣ୍ଡ ଗ୍ରାମବାସୀଙ୍କ ଭରସା ବିଲ ହିଡ଼

10 Village Facing Road Problems In Boudh

ବୌଦ୍ଧ: ପ୍ରତିଶ୍ରୁତି ମିଳୁଛି ହେଲେ ରାସ୍ତା ହେଉନି । ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ବୌଦ୍ଧ ଜିଲ୍ଲାର ମହାଲ୍ଲିକପଡ଼ା । ପଞ୍ଚାୟତକୁ ଯିବା ପାଇଁ ଏଯାଏ ଭଲ ରାସ୍ତା ଖଣ୍ଡେ ନାହିଁ । ବିଲ ହିଡ଼ରେ ଯାତାୟତ କରୁଛନ୍ତି ୧୦ଟି ଗାଁର ଲୋକ । ପକ୍କା ରାସ୍ତା ପାଇଁ ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି । ହେଲେ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

10 Village Facing Road Problems In Boudh

ପଞ୍ଚାୟତକୁ ପକ୍କା ରାସ୍ତା ନଥିବାରୁ ବିଲ ହୁଡ଼ା ଉପରେ ଭରସା କରୁଛନ୍ତି ଲୋକ । ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଉ କିମ୍ବା ମେଡିକାଲ । ଯୁଆଡ଼େ ଗଲେ ବି ଏହି ବିଲ ହୁଡ଼ା ଦେଇ ଯିବାକୁ ପଡ଼ିଥାଏ । ୧୦ ଖଣ୍ଡ ଗାଁର ଲୋକଙ୍କ ଭରସା ପାହାଡ଼ିଆ କଚ୍ଚା ରାସ୍ତା । ୩୦ ବର୍ଷ ହେଲା ରାସ୍ତାରେ ମାଟି ମୁଠାଏ ପଡ଼ି ନଥିବା ବେଳେ ବିଲ ହିଡ଼ ଉପରେ ନିର୍ଭର କରୁଛନ୍ତି ଲୋକ । ସବୁ ଦିନିଆ ରାସ୍ତା ଖଣ୍ଡେ ପାଇଁ ବାରମ୍ବାର ନେତା, ପ୍ରଶାସନକୁ ଅନୁରୋଧ କରିଛନ୍ତି ।

10 Village Facing Road Problems In Boudh

ହେଲେ ରାସ୍ତା ସମସ୍ୟା ସୁଧୁରୁନି । ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଉନ୍ନୟନମୂଳକ କାମ ପଛରେ ପଡ଼ିଥିବା କହିଛନ୍ତି ପଞ୍ଚାୟତବାସୀ । କୁଟିବାରି ଠାରୁ ଭାବପୁର ପର୍ଯ୍ୟନ୍ତ ୧୭ କିଲୋମିଟର ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ । ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକ । ଏନେଇ ଅଭିଯୋଗ ପରେ ଉପାନ୍ତ ଅଞ୍ଚଳରେ ମନରେଗା ଯୋଜନରେ ପକ୍କା ରାସ୍ତା ତିଆରି ହୋଇଥିବା କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।