ଶିବ ପୁରାଣରେ ଉଲ୍ଲେଖ ଏହି ୧୦ଟି କଥାକୁ ଆପଣାନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

1 min read

ଶିବ ପୁରାଣରେ ଶିବଙ୍କ ବିଭିନ୍ନ ଅବତାର ସମ୍ବନ୍ଧିତ କଥା ଉଲ୍ଲେଖ ରହିଛି । ଏଥିରେ ଶିବ ଭକ୍ତି, ଶିବ ମହିମା ଏବଂ ଶିବଙ୍କର ସଂପୂର୍ଣ୍ଣ ଜୀବନ ଚରିତ୍ର ଉପରେ ଆଲୋକପାତ କରାଯାଇଛି । ଏହା ସହିତ ଏଥିରେ ଜ୍ଞାନ, ମୋକ୍ଷ, ବ୍ରତ, ତପ, ଜପ, ଆଜିର ମହିମାର ବର୍ଣ୍ଣନାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରାଯାଇଛି । ଶିବ ପୁରାଣରେ ହଜାର ହଜାର ଜ୍ଞାନ ଏବଂ ମହିମାର କଥା ରହିଛି କିନ୍ତୁ ନିମ୍ନରେ ଉଲ୍ଲେଖ ୧୦ ଟି କଥାକୁ ଆମେ ବର୍ଣ୍ଣନା କରିଛୁ ।

୧. ଧନ ସଂଗ୍ରହ- ସତ୍ ଉପାୟରେ ଧନ ଉପାର୍ଜନ କରନ୍ତୁ ଏବଂ ସଂଗୃହିତ ଅର୍ଥକୁ ତିନୋଟି ଅଂଶରେ ବିଭକ୍ତ କରନ୍ତୁ । ଗୋଟିଏ ଅଂଶ ଧନ ବୃଦ୍ଧିରେ, ଗୋଟିଏ ଅଂଶ ଉପଭୋଗରେ ଏବଂ ଗୋଟିଏ ଅଂଶ ଧର୍ମ କୀର୍ଯ୍ୟରେ ଖର୍ଚ୍ଚ କରନ୍ତୁ । ଏହା କଲେ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।

୨. କ୍ରୋଧକୁ ତ୍ୟାଗ କରିବା- କେବେ କ୍ରୋଧ କରିବା ଉଚିତ୍ ନୁହେଁ ଏବଂ କ୍ରୋଧ ଉତ୍ପନ୍ନ ହେବା ଭଳି କଥା କେବେ କହିବା ଉଚିତ ନୁହେଁ । କ୍ରୋଧ କଲେ ବିବେକ ନଷ୍ଟ ହୋଇଯାଏ ଏବଂ ବିବେକ ନଷ୍ଟ ହେଲେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

୩. ଭୋଜନର ତ୍ୟାଗ- ଶିବରାତ୍ରୀ ବ୍ରତ କରିବା ଦ୍ୱାରା ବ୍ୟକ୍ତିକୁ ଭୋଗ, ମୋକ୍ଷ ସହିତ ମହାନ ପୂଣ୍ୟ ପ୍ରାପ୍ତି ହୋଇଥାଏ । ପୂଣ୍ୟ କର୍ମରୁ ଭାଗ୍ୟ ଉଦୟ ହୋଇଥାଏ ଏବଂ ବ୍ୟକ୍ତିକୁ ସୁଖ ପ୍ରାପ୍ତ ହୋଇଥାଏ ।

୪.  ସନ୍ଧ୍ୟାକାଳ- ସନ୍ଧ୍ୟା ସମୟ ଭଗବାନ ଶିବଙ୍କ ସମୟ ହୋଇଥାଏ । ସେହି ସମୟରେ ଭଗବାନ ଶିବ ନିଜର ତୃତୀୟ ନେତ୍ର ଖୋଲି ତ୍ରିଲୋକକୁ ଦେଖୁଥାନ୍ତି । ନିଜର ନନ୍ଦି ଗଣଙ୍କ ସହିତ ସେ ଏହି ସମୟରେ ଭ୍ରମଣ କରୁଥାନ୍ତି । ଏହି ସମୟରେ କୌଣସି ବ୍ୟକ୍ତି ଯଦି କଟୁ କଥା କୁହେ, କଳହ-କ୍ରୋଧ କରେ, ସହବାସ, ଭୋଜନ, ଯାତ୍ରା, ବା କୌଣସି ପାପ କର୍ମ କରେ ତେବେ ତାର ଅନେକ କ୍ଷତି ହୋଇଥାଏ ।

୫. ସତ କହିବା- ମନୁଷ୍ୟ ପାଇଁ ସବୁଠୁ ବଡ଼ ଧର୍ମ ହେଉଛି ସତ କହିବା ଏବଂ ସତ୍ୟର ସାଥୀ ହେବା । ସବୁଠାରୁ ଅଧର୍ମ ହେଉଛି ଅସତ୍ୟ କହିବା ଏବଂ ଅସତ୍ୟର ସାଥ୍ ଦେବା ।

୬- କୌଣସି ଆଶା ନରଖି କାମ କରିବା- କୌଣସି କାମ କରିବା ବେଳେ ବ୍ୟକ୍ତି ନିଜେ ନିଜର ସାକ୍ଷୀ ରହିବା ଉଚିତ୍ । ଭଲ ହେଉ କିମ୍ବା ମନ୍ଦ ବ୍ୟକ୍ତି ସବୁ କାମର ଦାୟିତ୍ୱ ନିଜେ ନେବା ଉଚିତ । କୌଣସି ଆଶା ନରଖି କାମ କରିବା ଉଚିତ, ଏଭଳି କଲେ ମଣିଷ କେବେ ପାପ କର୍ମ କରିପାରିବ ନାହିଁ ।

୭- ଅନାବଶ୍ୟକ ଇଚ୍ଛାକୁ ତ୍ୟାଗ କରିବା- ମନୁଷ୍ୟର ନିଜ ଇଚ୍ଛାଠୁ ଅଧିକ କୌଣସି ବଡ଼ ଦୁଃଖ ନାହିଁ । ମନୁଷ୍ୟ ଯଦି ଇଚ୍ଛା ଜାଲରେ ଫସିବ ତେବେ ନିଜ ଜୀବନକୁ ନଷ୍ଟ କରିଦେବ । ଅତଏବ ଅନାବଶ୍ୟକ ଇଚ୍ଛା ଗୁଡ଼ିକୁ ତ୍ୟାଗ କଲେ ମହାସୁଖ ପ୍ରାପ୍ତ ହୋଇଥାଏ ।

୮- ସଂସାରରେ ପ୍ରତ୍ୟେକ ମଣିଷର କୌଣସି ବସ୍ତୁ, ବ୍ୟକ୍ତି କିମ୍ବା ପରିସ୍ଥିତି ସହିତ ମୋହ ଯୋଡ଼ି ହୋଇ ରହିଥାଏ । ଏହି ଆସକ୍ତି କିମ୍ବା ମୋହ ହିଁ ଆମ ଜୀବନର ସବୁଠୁ ବଡ଼ ଅସଫଳତା । ନିର୍ମୋହୀ ହୋଇ କାମ କରିବା ଦ୍ୱାରା ଆନନ୍ଦ ଏବଂ ସଫଳତା ପ୍ରାପ୍ତ ହୋଇଥାଏ ।

୯-  ସକାରାତ୍ମକ କଳ୍ପନା- ଭଗବାନ ଶିବ କୁହନ୍ତି ଯେ, ଜ୍ଞାନ ଠାରୁ କଳ୍ପନା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅମେ ଯେମିତି କଳ୍ପନା ବା ବିଚାର କରିବା, ସେମିତି ହୋଇଯିବା । ସ୍ୱପ୍ନ ମଧ୍ୟ କଳ୍ପନା ଅଟେ । ଭଗବାନ ଶିବ ଏହି ଆଧାରରେ ଧ୍ୟାନ କରିବାର ୧୧୨ଟି ବିଧି ବିକାଶ କରିଛନ୍ତି । ଅତଏବ, ସର୍ବଦା ଭଲ ଚିନ୍ତା କରନ୍ତୁ ।

୧୦-  ପଶୁ ନୁହେଁ ମଣିଷ ହୁଅ- ମଣିଷ ଭିତରେ ଯେବେଯାଏଁ ରାଗ, ଦ୍ୱେଷ, ଇର୍ଷା, ବେଇମାନ, ଅପମାନ ତଥା ହିଂସା ଭଳି ପାଶବିକ ପ୍ରବୃତ୍ତି ରହିବ, ସେତେବେଳ ଯାଏଁ ସେ ପଶୁରେ ଗଣା ଯିବ । ପଶୁପଣରୁ ମୁକ୍ତି ପାଇଁ ଭକ୍ତି ଏବଂ ଧ୍ୟାନର ଆବଶ୍ୟକତା ରହିଛି ।

Leave a Reply