ମଧ୍ୟାହ୍ନ ଭୋଜନରେ ହଳଦୀ ବଦଳରେ ସର୍ପ, ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ଼: ରନ୍ଧା ଚାଲିଥିଲା ମଧ୍ୟାହ୍ନ ଭୋଜନ । ତରକାରୀରେ ହଳଦୀ ପକାଇବାର ଥିଲା । ହେଲେ ପକାଇ ଦେଲେ ସର୍ପ । ଆଉ ସେହି ସର୍ପ ପକା ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ । ଏମିତି ଘଟଣା ଘଟିଛି ଟିଟିଲାଗଡ଼ରେ ।
ଟିଟିଲାଗଡ଼ର ମୁରିବାହାଲ ବ୍ଲକ ଡେଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦ ଛାତ୍ରଛାତ୍ରୀ ସର୍ପ ପକା ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ ଟିଟିଲାଗଡ଼ ଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ହଳଦୀ ବଦଳରେ କେମିତି ସର୍ପ ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକାଙ୍କ ଖାମଖିଆଲ ଯୋଗୁଁ ଆଜି ୧୦ଟି କୋମଳମତି ପିଲା ହସ୍ପିଟାଲରେ ପଡିଥିବା ଅଭିଯୋଗ ହେଉଛି ।