ଆତଙ୍କବାଦୀଙ୍କ ଗୁଳିରେ ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ

1 min read

ବେଲୁଚିସ୍ଥାନ: ଆତଙ୍କୀଙ୍କ ଆକ୍କା ପାକିସ୍ତାନୀ ଆର୍ମୀ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ । ଏକାଧିକ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ । ଦକ୍ଷିଣ-ପଶ୍ଚିମ ବେଲୁଚିସ୍ଥାନ ପ୍ରାନ୍ତର କେଚ୍ ଜିଲ୍ଲାରେ ପାକିସ୍ତାନ ପୋଷ୍ଟ ଉପରେ ହୋଇଛି ଏହି ଆକ୍ରମଣ । ୨୫ ତାରିଖ ରାତିରେ ଆତଙ୍କବାଦୀ ଏହି ନରସଂହାର କରିଛନ୍ତି ।

ପାକିସ୍ତାନ ସେନାର ମିଡିଆ ଉଇଙ୍ଗ ଆଇଏସପିଆର ଅନୁସାରେ ରାତିରେ ଆତଙ୍କବାଦୀମାନେ ହଠାତ ଆକ୍ରମଣ କରିଥିଲେ । ଆତଙ୍କୀଙ୍କ ତରଫରୁ ପ୍ରବଳ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ୧୦ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଛି । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ୍ ଫଲୋପ୍ କ୍ଲିୟରାନ୍ସ ଆରମ୍ଭ କରାଯାଇଥିଲା । ଏହି ସମୟରେ ୩ ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି ।

ସୂଚନାଯୋଗ୍ୟ, ଇରାନ ଓ ଆଫଗାନିସ୍ତାନ ସୀମାକୁ ଲାଗିଛି ବେଲୁଚିସ୍ଥାନ । ପାକିସ୍ତାନ କବଳରୁ ମୁକ୍ତି ପାଇଁ ସ୍ଥାନୀୟ ଲୋକେ ଓ ବିଦ୍ରୋହୀ ସଂଗଠନ ଦୀର୍ଘ ବର୍ଷ ହେଲା ସଂଘର୍ଷ କରୁଛନ୍ତି । ବିଶେଷ କରି ବିଦ୍ରୋହି ସଂଗଠନ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି । ବେଲୁଚ ବିଦ୍ରୋହୀ ପୂର୍ବରୁ ମଧ୍ୟ ବଡ଼ ଧରଣର ଆକ୍ରମଣ କରିଚନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଚୀନ-ପାକିସ୍ତାନ ଆର୍ଥିକ ଗଲିୟାର ପ୍ରକଳ୍ପକୁ ବିଦ୍ରୋହୀ ସଂଗଠନ ଟାର୍ଗେଟ କରି ଆକ୍ରମଣ କରିଥିଲେ ।

Leave a Reply