ମାଲବାହୀ ଟ୍ରେନକୁ ଧକ୍କାଦେଲା ଯାତ୍ରୀବାହୀ ମେମୁ ଟ୍ରେନ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ । ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା । ଛତିଶଗଡ଼ର ବିଳାସପୁର ଜିଲ୍ଲା ଲାଲଖଦାନ ନିକଟରେ ହାଓଡା-ମୁମ୍ବାଇ ମେନ୍ ଲାଇନ୍ରେ ଘଟିଛି ଏହି ଦୁର୍ଘଟଣା । ଫଳରେ କିଛି ବୋଗି ଟ୍ରେନ ଲାଇନରୁ ଖସି ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା । ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି। କୋରବା ମେମୁ ଟ୍ରେନର ପ୍ରଥମ କୋଚ୍ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଗୁଡ଼ିକରୁ ଜଣାପଡିଛି । ସିଗନାଲ ଫେଲ କିମ୍ବା ମାନବ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ସହାୟତା ଏବଂ କ୍ଷୟକ୍ଷତି ଆକଳନ କରାଯାଉଛି । ସେପଟେ ଏହି ଦୁର୍ଘଟଣା ଫଳରେ ବିଳାସପୁର–କଟ୍ନି ଓ ହାଓଡା ରୁଟରେ ଟ୍ରେନ ଗୁଡ଼ିକ ବିଳମ୍ବିତ ହୋଇଛି। କିଛି ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

