କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ୧୦ ପ୍ରତିଶତ ଲୋକେ ସହଯୋଗ କରୁନାହାନ୍ତି: ବାଗଚୀ

ଭୁବନେଶ୍ୱର: ଲକଡାଉନ ପରେ ବି ବାୟୁମଣ୍ଡଳରେ ଉଡିବେ କରୋନା ଭୂତାଣୁ । ତେଣୁ ଏହାକୁ ରୋକିବାକୁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର । ଆଜି କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଛନ୍ତି ୧୦ ସୂତ୍ରୀ ଫର୍ମୁଲା ।

ସେ ପ୍ରଥମେ ଚେତାଇ ଦେଇଛନ୍ତି ଯେ, ଲକଡାଉନ କୋହଳ ହୋଇନି । ପ୍ରତିକୂଳ ପରିସ୍ଥିତିରେ ଜନଜୀବନକୁ ସହଜ କରିବାକୁ କିଛି ପଦକ୍ଷେପ ନିଆଯାଇଛି । ପରିସ୍ଥିତି ସଙ୍କଟାପନ୍ନ ହେଲେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୂର୍ବ ଅପେକ୍ଷା ଅଧିକ କଠୋର ପଦକ୍ଷେପ ନିଆଯିବ । ମେ ୩ ପର୍ଯ୍ୟନ୍ତ ଲକଡାଉନ ନିୟମକୁ ସମସ୍ତେ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦୈନିକ ୫ରୁ ୬ ଥର ହାତ ଧୋଇବା ସହ ଘରୁ ପଦାକୁ ଗୋଡ କାଢିଲେ ମାସ୍କର ବ୍ୟବହାର ନିହାତି ଆବଶ୍ୟକ । ଜ୍ୱର, କାଶ କିମ୍ବା ଶ୍ୱାସ ସମସ୍ୟା ଦେଖାଦେଲେ ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ବାଗଚୀ । ସେହିଭଳି ଏହି ସମୟରେ ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହାଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ହ୍ର।ସ ପାଇବ । କଣ୍ଟେନମେଣ୍ଟ ଜୋନରେ ବ୍ୟାପକ ଭାବେ ପରୀକ୍ଷଣ କରାଯିବ । କଣ୍ଟେନମେଣ୍ଟ ଜୋନରେ ୯୦ ପ୍ରତିଶତ ଲୋକ ସହଯ଼ୋଗ କରୁଥିଲେ ବି ୧୦ ପ୍ରତିଶତ ଲୋକ ନିୟମକୁ ପାଳନ କରୁନାହାଁନ୍ତି । ଯେଉଁମାନେ କଣ୍ଟେନମେଣ୍ଟ ଜୋନରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି ଶ୍ରୀ ବାଗଚୀ ।

Leave a Reply