spot_img

Latest Posts

ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ରାଉରକେଲାରେ ୧୦ ମୃତ

ରାଉରକେଲା: ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ରାଉରକେଲାରେ ୧୦ ମୃତ। ଅଂଶୁଘାତ ଆକ୍ରାନ୍ତରେ ମୋଟ ୧୦ ଜଣ ମୃତ୍ୟୁବରଣ କରିଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୫ ମୃତ୍ୟୁବରଣ କରିଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି।

ଅଂଶୁଘାତରେ ଆକ୍ରାନ୍ତ ହୋଇ ୩୩ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହାଇଟେକ୍ ହସ୍ପିଟାଲରେ ୪ ଜଣ ଓ ଜୟ ପ୍ରକାଶ ହସ୍ପିଟାଲରେ ୪ ଜଣ ଚିକିତ୍ସିତ ହେଉଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାକୁ ଆସିବା ପୂର୍ବରୁ ୮ ଜଣ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ନିର୍ଦ୍ଧିଷ୍ଟ କାରଣ ଜଣାପଡିବ।

ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତରେ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯିବା ସହ  ଅଧିକ ବେଡ ପ୍ରସ୍ତୁତ କରି ରଖାଯାଇଛି। ଅଂଶୁଘାତ ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ତିନୋଟି ଟିମ ଗତକାଲି ଠାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତିନି ଜଣିଆ ଷ୍ଟେଟ ଟିମ , ଜଣିକିଆ ସେଣ୍ଟ୍ରାଲ ଟିମ ଓ ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ତିନି ଜଣ ବରିଷ୍ଠ ଡ଼ାକ୍ତର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Latest Posts

Don't Miss