ଭଦ୍ରକରୁ ଆଉ ୬, ଯାଜପୁରରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୬ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଯାଜପୁର ଜିଲ୍ଲାରୁ ୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ନୂଆ ୬ଟି ମାମଲା ସହ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ୪ ନୂଆ ପଜିଟିଭଙ୍କ ସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଛୁଇଁଛି । ଭଦ୍ରକରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି ।

କରୋନା ହଟସ୍ପଟ୍ ଯାଜପୁର ଜିଲ୍ଲାରେ ୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ୩୬୨ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୨୯୧ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା କରାଯାଉଛି ।

Leave a Reply