ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ, ମୃତ୍ୟୁସଂଖ୍ୟା ୨୦୧୭କୁ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟରେ ବିଗତ ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।
Regret to inform the demise of ten numbers of Covid positive patients while under treatment in hospitals.
1.A 42 years old male of Boudh district.
2.A 66 years old male of Ganjam district.
3.A 35 years old male of Khurdha district.
— H & FW Dept Odisha (@HFWOdisha) April 28, 2021
ଗୋଟିଏ ମୃତ୍ୟୁ ମିଶାଇ ବୌଦ୍ଧ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ୨୫୮ରେ ପହଞ୍ଚିଛି । ଜିଲ୍ଲାରେ ଏବେ କରୋନାର ୧୨୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି ।
8.A 47 years old male of Rayagada district who was also suffering from Hypertension.
9.A 57 years old male of Rayagada district who was also suffering from Hypertension.
10.A 67 years old male of Sundargarh district.
— H & FW Dept Odisha (@HFWOdisha) April 28, 2021
ପୁରୀରେ ୩ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୨୨୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ରାୟଗଡ଼ାରେ ୩ଟି ମୃତ୍ୟୁ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି । ସେହଭଳି ସୁନ୍ଦରଗଡ଼ ଜିଲ୍ଲାରେ ଗୋଟଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ୧୮୬କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୬ ହଜାର ୩୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।