ଦଶ ମାସର ଶିଶୁକୁ ରେଲୱେରେ ନିଯୁକ୍ତି, ମିଳିବ ପୂର୍ଣ୍ଣ ଦରମା

1 min read

ନନ୍ଦିଘୋଷ ବ୍ୟୁରୋ: ରେଲୱେରେ ଦଶ ମାସର ଶିଶୁକୁ ମିଳିଲା ନିଯୁକ୍ତି । ରେଳବାଇ ପକ୍ଷରୁ ଘରେ ପହଁଚିଲା ନିଯୁକ୍ତି ପତ୍ର । ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଘଟଣାଟି ଏକଦମ ସତ । ଦଶମାସର ଏକ ନିଷ୍ପାପ ଶିଶୁକୁ ମିଳିଛି ଏହି ନିଯୁକ୍ତି । କିନ୍ତୁ ଘଟଣା ପଛର କାରଣ ହେଉଛି ଯେ, ଶିଶୁଟିର ବାପା-ମାଆଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ନିଯୁକ୍ତି ଟି ଯେତିକି ଚର୍ଚ୍ଚିତ ଖବର ପାଲଚିଛି । ଘଟଣା ପଛର ସତ୍ୟତା ଲୋକଙ୍କୁ ସେତିକି ସ୍ତମ୍ଭୀଭୂତ କରିଛି । ଛତିଶଗଡରେ ଜନ୍ମିତ ଏହି ଶିଶୁଟିର ପିତା ମାତା ଏକ ସ୍ଥାନକୁ ଯାଉଥିବାବେଳେ ସଡକ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ଏପରି ଏକ ଘଟଣା ଘଟିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ପିଲାଟିର ପିତା ରାଜେନ୍ଦ୍ର କୁମାର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ଚୋରଡାରେ ସରକାରୀ ବାସଗୃହରେ ରହୁଥିଲେ । ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକେଲ ୟୋଗେ ପତ୍ନୀ ମଞ୍ଜୁଲତାଙ୍କ ସହ ଭିଲାଇ ଯାଉଥିବାବେଳେ ଏକ ରାସ୍ତା ଦୁର୍ଘଟଣାରେ ଏହି ଦମ୍ପତ୍ତିକୁ ମୃତ୍ୟୁ ଘଟିଥିଲା । ସୌଭାଗ୍ୟବଶତଃ ସେହି ଗାଡିରେ ଥିବା ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।

ଏପରି ଏକ ଦୁଖଦଃ ସ୍ଥିତିରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା । ରେଳମନ୍ତ୍ରୀଙ୍କ ସହ ଏନେଇ ଯୋଗାଯୋଗ କରିଥିଲା । ଆଉ ୧୦ ମାସର ଶିଶୁକୁ ଚାକିରୀ ଦେବା ନେଇ ଯୋଜନା । ଶିଶୁକନ୍ୟାର ଲାଳନ ପାଳନ ପାଇଁ ପୁନଃବସତି ଯୋଜନାରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା । ୧୮ ବର୍ଷ ପର୍ଯ୍ୟନ୍ତ ରେଳ ବିଭାଗ ଶିଶୁ କନ୍ୟାକୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବେ । ଯେବେ ଶିଶୁକୁ ୧୮ ବର୍ଷ ହେବ ସେବେ ଯୋଗ୍ୟତା ଅନୁଯାୟୀ ରେଳ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ରାଜ୍ୟରେ ୧୦ ମାସର ଶିଶୁ କନ୍ୟାକୁ ଚାକିରି ଦେବା ଖବର ଏବେ ଚର୍ଚ୍ଚା ପାଲଟିଛି ।