ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି ।

କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୋଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଟାର୍ଗେଟରେ ଡ୍ରଗ୍ସ ମାଫିଆ ।

ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦ରୁ ଅଧିକ ଟଙ୍କାର ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୋଲିସ ।

ସୂଚନାଯୋଗ୍ୟ, ନିଶା କାରବାର ବନ୍ଦ କରିବାକୁ କୁ ରୋକ ଲଗେଇବା ପାଇଁ ସେଣ୍ଟ୍ରାଲାଇଜ ମନିଟରିନିଂ ୟୁନିଟ ଗଠନ କରାଯିବ । ଏନଡିପିଏସ ମାମଲାରେ ସମସ୍ତ ଡାଟା ରଖାଯିବ । ଜେଲ ଯାଇଥିବା ଅଭିଯୁକ୍ତମାନଙ୍କ ତାଲିକା ସଟ୍ ଲିଷ୍ଟେଡ୍ କରାଯିବ । ଜେଲରୁ ବାହାରିବା ପରେ ସେମାନଙ୍କ ଉପରେ ପୋଲିସ ନଜର ରଖିବ । ଏହାସହ ଅଭିଯୁକ୍ତଙ୍କ ଜିଲ୍ଲା ଓ ରାଜ୍ୟ ବହାରର ନେଟୱର୍କ ପୋଲିସ ଟାର୍ଗେଟ କରିବ ।

Leave a Reply