spot_img

Latest Posts

ଦିଲ୍ଲୀ ସ୍ୱାଧୀନତା ଦିବସ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଲେ ୧୦ ଜଣ ବିଶିଷ୍ଟ ଓଡ଼ିଆ

ନୂଆଦିଲ୍ଲୀ: ରବିବାର ଐତିହାସିକ ଲାଲ୍‌କିଲ୍ଲାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତି ରାଜ୍ୟରୁ କଳା, ସଂସ୍କୃତି, ସାହିତ୍ୟ ଆଦି କ୍ଷେତ୍ରରେ ଉଲ୍ଲଖନୀୟ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡ.ଅରୁଣା ମହାନ୍ତି, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା, ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର, ମୀରା ଦାସ, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁ, ବିଜୟ ଜେନା, କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା, ଅଭିନେତା ତଥା ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅତିଥିମାନେ ଓଡ଼ିଶାର କଳା, ସାହିତ୍ୟ ସଂସ୍କୃତି, ନୃତ୍ୟ, ସଂଗୀତ ବିଷୟରେ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରତିନିଧିମାନଙ୍କ ସହ ଭାବ ବିନିମୟ କରିଥିଲେ । ଓଡ଼ିଶାରୁ ପ୍ରତିନିଧିତ୍ୱ କରି ନିଜ ନିଜ ଅନୁଭବ ରଖିଥିବାରୁ ଏହି ୧୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Image

Latest Posts

Don't Miss