ରାଜ୍ୟରେ ଆରମ୍ଭ ହେଲାଣି ଲଘୁଚାପ ବର୍ଷା, ଆଜି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା । ଆଜି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭିଜିବ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ଓ ୧୧ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ । କାଲି ପାଇଁ ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୧ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ପାର୍ଶ୍ୱବର୍ତ୍ତୀ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।