ରାଜ୍ୟରେ ଦିନକରେ ୨୬୦୨ ଆକ୍ରାନ୍ତ ଚିହ୍ନଟ, ୧୦ ଜଣଙ୍କର ମୁଣ୍ଡ ନେଲା କରୋନା
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି । ସେହିଭଳି ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି । ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, କନ୍ଧମାଳରୁ ୩, ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform of the demise of ten Covid positive patients while under treatment in hospitals.
1.A 56 year old male of Bhubaneswar who was also suffering from Diabetes & Hypertension, Post Angioplasty Status.
— H & FW Dept Odisha (@HFWOdisha) August 31, 2020
ସେହିପରି ଭବନେଶ୍ୱରରୁ ୫୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ୪୮ ବର୍ଷିୟ ପୁରୁଷଙ୍କ ମୃତ୍ୟୁ, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । କନ୍ଧମାଳରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୪୩ ବର୍ଷିୟ ପୁରୁଷ ଯିଏକି ପୂର୍ବରୁ କିଡନୀ ରୋଗ, ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ଆଉ ଜଣେ ହେଉଛନ୍ତି ୫୮ ବର୍ଷିୟ ପୁରୁଷ, ସେ ମଧ୍ୟ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ଅନ୍ୟଜଣେ ୪୨ ବର୍ଷିୟ ପୁରୁଷ ଯିଏକି ହେପାଟାଇଟିସ୍ ଏବଂ ଥାଇରଏଡ ଜରରେ ଆକ୍ରାନ୍ତ ଥିଲେ ।
4.A 58 year old male of Kandhamal who was also suffering from Diabetes & Hypertension.
5.A 42 year old male of Kandhamal who was also suffering from Hepatitis B & Typhoid fever.
6.A 60 year old female of Khordha district.
— H & FW Dept Odisha (@HFWOdisha) August 31, 2020
ଖୋର୍ଦ୍ଧାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଏବଂ ଅନ୍ୟଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ନୟାଗଡ଼ରୁ ଜଣେ ୭୩ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ରୁ ୫୪ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ସୁନ୍ଦରଗଡ଼ରୁ ଜଣେ ୭୧ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ ।
10.A 71 year old male of Sundergarh district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 31, 2020