ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ବସ୍, ୧୦ ମୃତ

1 min read

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା । ଅମ୍ରିତସରରୁ କାତ୍ରା ଯାଉଥିବା ଲଗଜୁରୀ ବସଟି ବ୍ରିଜରୁ ଗଭୀର ଖାଇକୁ ଖସି ପଡ଼ିବାରୁ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବସରେ ଥିବା ସମସ୍ତ ଯାତ୍ରୀ ବିହାରର ହୋଇଥିବା ସୂଚନା ମିଲିଛି । ବସଟି ଆମ୍ରିତସରରୁ କାତ୍ରା ଯାଉଥିବା ବେଳେ ବୋଧହୁଏ ରାସ୍ତା ଭୁଲି ଅଲଗା ରାସ୍ତାରେ ଚାଲିଆସିଥିଲା । ବିଳମ୍ବିତ ରାତିରେ ସ୍ଲିପର ବସଟି ଯାତ୍ରା କରୁଥିବାରୁ ଅସାବଧାନତାରୁ ଖାଇକୁ ଗଳିପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡେପୁଟି କମିଶନର ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି । ପୋଲିସ, ସିଆରପିଏଫ ଯବାନ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଅଛନ୍ତି।