ସମୁଦ୍ର ପତନଠାରୁ ୫ ହଜାର ୬୦୦ ମିଟର ଉଚ୍ଚରେ ସାଇକେଲ ଚାଳନା

ଲଦାଖ: ସମୁଦ୍ର ପତନଠାରୁ ୫ ହଜାର ୬୦୦ ମିଟର ଉଚ୍ଚରେ ସାଇକେଲ ଚାଳନା । ଏଭଳି ଦୁଃସାହସିକ କାର୍ଯ୍ୟ କରି ଫେରିଛନ୍ତି  ଭୁବନେଶ୍ୱର ରେସର ଆଣ୍ଡ ରନର୍ସ ସାଇକେଲିଂ କ୍ଲବର ୧୦ ଜଣିଆ ଟିମ୍ । ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା ଯାତ୍ରା । ଜୈବ ବିବିଧତା, ପରିବେଶ ସୁରକ୍ଷା ସହ ଭାତୃତ୍ୱର ବାର୍ତ୍ତା ପାଇଁ ଆରମ୍ଭ ନେଇ କରିଥିଲେ ସାଇକେଲ୍ ଯାତ୍ରା । ସମୁଦ୍ର ପତନଠାରୁ ୧୯ ଶହ ୫୦ ମିଟର ଉଚ୍ଚରେ ହିମାଚଳର ମନାଲି ସହରରୁ ଯାତ୍ରା ଆରମ୍ଭ କରିଥିଲେ ୧୦ ଜଣିଆ ଟିମ୍ । ଅଙ୍କାବଙ୍ଗା ରାସ୍ତାରେ ଗଡ଼ିଥିଲା ସାଇକେଲ୍ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବାୟୁମଣ୍ଡଳ । ଏହାସହିତ ସମ୍ବଲପୁରୀ ଓ ବିଭିନ୍ନ ଓଡ଼ିଆ ଗୀତରେ ଢେର ଉଚ୍ଚରେ ମନାଇଥିଲେ ଉତ୍ସବ । ୧୨ ତାରିଖରେ ୫ ହଜାର ୬୦୦ ମିଟର ଉଚ୍ଚରେ ଅବସ୍ଥିତ ଲଦାଖର ଖାରଦୁଙ୍ଗଲାରେ ସରିଥିଲା ଐତିହାସିକ ସାଇକେଲ୍ ଯାତ୍ରା । ଏହି ଦୁସାଃହାସିକ ସାଇକେଲ ଯାତ୍ରା ସମାପନ କରି ଓଡ଼ିଶା ଫେରିଛି ଟିମ୍ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଛି ।