spot_img

Latest Posts

ପାକିସ୍ତାନ ସ୍ବାତ ପୋଲିସ ଷ୍ଟେସନରେ ବିସ୍ଫୋରଣ, ୧୦ ମୃତ

ଇସଲାମାବାଦ: ପାକିସ୍ତାନ ସ୍ବାତ ପୋଲିସ ଷ୍ଟେସନରେ ବିସ୍ଫୋରଣ । ୮ ପୋଲିସ୍ କର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମରେ ନିଆଁ ଲାଗି ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏହା ପଛରେ କୌଣସି ଆତଙ୍କୀ ସଙ୍ଗଠନ ହାତ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଉତ୍ତରପଶ୍ଚିମ ପାକିସ୍ତାନର ଖାବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍ ଜିଲ୍ଲାସ୍ଥିତ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମରୁ ହଠାତ୍ ନିଆଁ ଲାଗିଯିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସର୍ଟି ସର୍କିଟରୁ ଏହା ହୋଇଥିବା ଅନୁମାନ କରାଯାଉଛି। ଏଥିଯୋଗୁ ଆତଙ୍କୀ ନିରୋଧ ଅଫିସ ସମେତ ପାଖରେ ଥିବା ଏକ ମସଜିଦ ବି ଭୁଶୁଡ଼ି ପଡ଼ିଥିଲା ।

Latest Posts

Don't Miss