ରହିବାକୁ ଭଲ ଘର ଖଣ୍ଡିଏ ନାହିଁ, ହେଲେ ଆଜି ପୁରା ସହର ସେମାନଙ୍କୁ ନେଇ ଗର୍ବିତ

1 min read

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ତେବେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ପାସ୍‌ ହାର ୮୫.୮୫ ପ୍ରତିଶତ ରହିଛି । ଏଥର କିନ୍ତୁ ଆର୍ଥିକ ସ୍ୱଛଳ ନଥିବା ଛାତ୍ରଛାତ୍ରୀ ନିଜର କଠିନ ଅଧ୍ୟବସାୟ ଫଳରେ ହାସଲ କରିଛନ୍ତି ସଫଳତା । ରାଉରକେଲାର ଵିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିବା ୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

  Rourkela Basti Student

ରାଉରକେଲା ଟିମ୍ଵର କଲୋନୀ ବସ୍ତିର ମେଧାବୀ ଛାତ୍ରୀ ମୋନାଲିସା ନାୟକ । ମୋନାଲିସାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ବି ମୋନାଲିସା ନିଜର କଠିନ ପରିଶ୍ରମ ଯୋଗୁଁ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୦ ଶତକଡ଼ା ନମ୍ବର ରଖି ପାସ୍‌ କରିଛନ୍ତି । ସେହିପରି ରାଉରକେଲା ସହରର ସେକ୍ଟର ୫ କବି ସମ୍ରାଟ ପାଲ୍ଲୀ ବସ୍ତିରେ ରହୁଥିବା ମେଧାବୀ ଛାତ୍ର ଦିପ୍ତି ପ୍ରକାଶ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ନିଜର କଠିନ ପରିଶ୍ରମ ଯୋଗୁଁ ଆଜି ସଫଳ ହୋଇଥିବା ସେ କହିଛନ୍ତି ।

Rourkela Basti Student

ସେହିପରି ରାଉରକେଲା ଗୋଲଘର ବସ୍ତିରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ସଙ୍ଗୀତା ପ୍ରଧାନ ୯୦ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ସହରର ବାଜି ରାଉତ ଶିଷାନିକେତନର ଏହି ୩ ଜଣ ଛାତ୍ରଛାତ୍ରୀ ଶିକ୍ଷାନିକେତନ ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

Rourkela Basti Student

ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷ A-1ରେ ୨୯ ଜଣ ପାସ୍‌ କରିଥିବା ବେଳେ A-2ରେ ୨୨୭, B-1ରେ ୬୪୨, B-2ରେ ୧୨୭୪, Cରେ ୨୩୦୨, Dରେ ୪୮୬୩, ଓ E ରେ ୧୦୪୭୮ ଜଣ ପାସ୍‌ କରିଛନ୍ତି ।

Rourkela Basti Student

Leave a Reply