ରାୟ ଶୁଣାଣିରେ ଆଉ ହେବନି ବିଳମ୍ବ, ଦେଶରେ ନିର୍ମାଣ ହେବ ୧ ହଜାର ୨୩ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ଏଣିକି ଦୁଷ୍କର୍ମ ଓ ପୋକ୍ସୋ ଆଇନ ମାମଲାର ହୋଇପାରିବ ଦ୍ରୁତ ଶୁଣାଣି । ଦେଶରେ ପ୍ରତିଷ୍ଠା ହେବ ୧ ହଜାର ୨୩ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ । ଜାତୀୟ ମହିଳା ସୁରକ୍ଷା ଅଭିଯାନ ଅନ୍ତର୍ଗତ ନିଆଯିବ ଏହି ପଦକ୍ଷେପ । ଏନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା ।

ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ପଡ଼ି ରହିଥିବା ମାମଲା ଗୁଡ଼ିକୁ ଦୃଷ୍ଟିରେ ରଖି, ସ୍ୱତନ୍ତ୍ର ଭାବେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ମାମଲା ଗୁଡ଼ିକର ଶୀଘ୍ର ଶୁଣାଣି କରାଯିବ । ଏହାସହ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାର ଶୁଣାଣି ଲାଗି ୩୮୯ ଅଦାଲତ ପ୍ରତିଷ୍ଠା କରାଯିବ । ଏସବୁ ସେହି ଜିଲ୍ଲା ଗୁଡ଼ିକରେ ଗଠନ କରାଯିବାର ପ୍ରସ୍ତାବ ରହିଛି, ଯେଉଁଠି ଏପରି ଶହେରୁ ଅଧିକ ମାମଲା ପଡ଼ିରହିଛି ।

ଏହି ଯୋଜନା ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ସରକାର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନକୁ ସେପ୍ଟେମ୍ବର ୨୦୧୯ରେ ସୂଚିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ।

Leave a Reply