spot_img

Latest Posts

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲାରୁ ଜଣେ ୬୮ ବର୍ଷିୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଡାଇବେଟିସ ସହ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।  ଏହା ସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହା ସୂଚନା ଦିଆଯାଇଛି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

 

 

Latest Posts

Don't Miss