ବାଲେଶ୍ୱରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍‌ଡାଉନର ଅବଧି ସରିବା ଉପରେ । କିନ୍ତୁ ଏପଟେ ଥମିବାର ନାଁ ଧରୁନି କରୋନା ସଂକ୍ରମଣ । ଗତ କାଲି ଯାଜପୁରରୁ ଏକାଥରକେ ୧୭ ଜଣଙ୍କ କରୋନା ପଜିଟିଭ ବାହାରିବା ପରେ ସାରା ରାଜ୍ୟ ସଙ୍କଟରେ ରହିଛି । ସେପଟେ ଆଜି ପୁଣି ଥରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।

ଏହି ପଜିଟିଭ ଜଣକ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲାରେ କରୋନାଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ୍ୱେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ୧୦୧ ଆକ୍ଟିଭ କେସ୍‌ ରହିଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି । ତେବେ ବାଲେଶ୍ୱରରେ ପ୍ରଥମ ଆକ୍ରାନ୍ତ ଏପ୍ରିଲ ୧୮ ତାରିଖରେ ୫୮ ପର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି ।

Leave a Reply