କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ୍ ରାଜ୍ୟରେ ପହଞ୍ଚିବ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ  ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଜୁନ୍ କୋଟା ସରିଯିବା ପରେ ରାଜ୍ୟ ସରକାର ଆଉ ୬ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଥିଲେ । ଜୁନ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ୪ ଲକ୍ଷ 31ହଜାର 130ଡୋଜ ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩,୪୦,୮୫୦ ଆସିଛି । ଆଉ ୯୦ହଜାର ୨୮୦ ଆସି ନଥିବା ସୂଚନା ଦେଇଛନ୍ତି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ପୁଣି ଥରେ ୩ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୧୬ ଜୁଲାଇ ସକାଳ ୬ ଯାଏଁ ଆଂଶିକ ଲକ୍‌ଡାଉନ

Leave a Reply