ଜଳେଶ୍ୱରରୁ ୧ କୋଟିର ବ୍ରାଉନସୁଗାର ଓ ବନ୍ଧୁକ ଜବତ

1 min read

ବାଲେଶ୍ୱର ଜିଲ୍ଲାରେ ବଢ଼ିବାରେ ଲାଗିଛି ବ୍ରାଉନ୍ ସୁଗାର ବା ଧଳା ଜହର ବେପାର । ଜଳେଶ୍ୱର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ସ୍ଥିତ ମିଲବାଡି ଅଂଚଳରେ ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରି ଏକ କିଲୋଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ଚୋରା ବନ୍ଧୁକ ଜବଦ କରିଛନ୍ତି।

ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି  । ଗିରଫ ବ୍ୟକ୍ତି ଜଣକ ମିଲବାଡି ଅଂଚଳର ସପନ କୁମାର ପ୍ରଧାନ । ସପନ ଦୀର୍ଘଦିନ ଧରି ମିଲବାଡି ଅଂଚଳରେ ରହି ଏହି ବ୍ରାଉନସୁଗାର ବେପାର କରି ଆସୁଥିଲେ  । କୌଣସି ସୂତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗ ଏହି ଚଢଉ କରିଥିଲା । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ହେବ ବୋଲି ପୋଲିସ କହିଛି । ପୂର୍ବରୁ ଉତ୍ତର ବାଲେଶ୍ବର ସମେତ ସହରର କିଛି ପ୍ରମୁଖ ଅଞ୍ଚଳରେ ଧଳା ଜହର କାରବାର ଜୋରସୋରରେ ଚାଲୁଥିଲା । ')}

Leave a Reply