୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ

କଟକ: କ୍ରାଇମବ୍ରାଞ୍ଚ ଜାଲରେ ଡ୍ରଗ୍ସ ମାଫିଆ । ଦୁଇ ଗିରଫ, ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ । ଯାହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ହେଉଥିବା ଖବର ପାଇଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ନେଣଦେଣ ବେଳେ ପହଞ୍ଚି ଯାଇ ମାଡି ବସିଲା ଏସଟିଏଫ ଟିମ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ନିକଟରୁ ବ୍ରାଉନସୁଗାର ସହ ଏକ କାର ଜବତ କରାଯାଇଛି ।