ରାଉରକେଲାରେ ଫୁଟିଲା ଗୁଳି, ଠିକାଦାର ଗୁରୁତର

ରାଉରକେଲା: ରାଉରକେଲା ସହର ଝିରପାଣି ଅଞ୍ଚଳରେ ଫୁଟିଲା ଗୁଳି । ବାଞ୍ଛା ତନ୍ତି ନାମକ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗାଁର ସରପଞ୍ଚ ସ୍ଥାନୀୟ ଲୋକଙ୍କ ସହ ମିଶି ଠିକାଦାରଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଝିରପାଣି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।