ବସ ଧକ୍କାରେ ଝିଅ ମୃତ, ବାପା ଗୁରୁତର

ବଲାଙ୍ଗୀର: ଅଧାରେ ରହିଗଲା ଆଧାର କାର୍ଡ ତିଆରି କରିବା । ବଲାଙ୍ଗୀର ପୁଇଁତଲା ତହସିଲ ଅଫିସ ସାମ୍ନାରେ ବାଇକକୁ ପିଟିଲା ବସ୍ । ଘଟଣାସ୍ଥଳରେ ପୁଇଁତଳା ବ୍ରାହ୍ମଣୀପାଳିର ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରେଖା ପାାଣ୍ଡେ । ବାପା ଓ ବଡ଼ ଭଉଣୀ ସହ ବାଇକରେ ଆଧାର କାର୍ଡ ତିଆରି କରିବାକୁ ତହସିଲ ଅଫିସ ଯାଇଥିଲେ ।

ତହସିଲ ଅଫିସ ସାମ୍ନାରେ ଠିଆ ହୋଇଥିବା ହେଲେ ଦ୍ରୁତ ଗତିରେ ଆସୁଥିବା ଗଣପତି ବସ୍ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷା଼ଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନାବାଳିକା ରେଖା ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ବଡ଼ ଭଉଣୀ ଶିଖା ଓ ବାପା ବିଣାପାଣୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କ୍ଷତିପୂରଣ ଦାବିରେ ଗଇଁତଲା ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।