ବିଜେପି ଇସ୍ତାହାରରେ ୧ କୋଟି ଚାକିରି ପ୍ରତିଶୃତି

1 min read

ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ନିଜର ସଂକଳ୍ପ ପତ୍ର ପ୍ରକାଶିତ କରିଛି। ଏଥିରେ ଦଳ ବହୁ ଲୋଭନୀୟ ପ୍ରତିଶୃତି ଦେଇଛି। ପ୍ରମୁଖ ଭାବେ ବିଜେପି ୧ କୋଟି ଯୁବକଙ୍କୁ ଚାକିରି ପ୍ରଦାନ କରିବାର ପ୍ରତିଶୃତି ଦେଇଛି। ୨୦୨୪ ସୁଦ୍ଧା ମହାରାଷ୍ଟ୍ରକୁ ମରୁଡି ମୁକ୍ତ କରିବା, କୃଷକଙ୍କୁ ସୋଲାର ମାଧ୍ୟମରେ ବିଜୁଳି ଯୋଗାଣ, ୧ କୋଟି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଯୋଡ଼ିବା, ୨୦୨୨ ସୁଦ୍ଧା ସବୁ ପରିବାରକୁ ପକ୍କା ଘର, ନିର୍ମାଣ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ, ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ୩୦ ହଜାରରୁ ଅଧିକ କିଲୋମିଟରର ରାସ୍ତା ନିର୍ମାଣ ପ୍ରଭୃତି ଲୋଭନୀୟ ପ୍ରତିଶୃତି ଇସ୍ତାହାରରେ ପ୍ରକାଶ କରିଛି ଦଳ। ବୀନାୟକ ଦାମୋଦର ସଭରକରଙ୍କୁ ଭାରତ ରତ୍ନ ଦେବାକୁ ଦଳ ନିଜର ସଂକଳ୍ପ ପତ୍ରରେ ପ୍ରକାଶ କରିଛି। ଅକ୍ଟୋବର ୨୧ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ଦଳର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ବିଜେପିର ସଂକଳ୍ପ ପତ୍ରକୁ ଉନେ୍ମାଚନ କରିଛନ୍ତି। ')}

Leave a Reply