୧କୋଟି ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ପାହାଳ ନିକଟରୁ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଓ୍ୱାଣ୍ଟେଡ ଅପରାଧୀ ଶିବୁ ଓରଫ ଶିବ ପ୍ରସାଦ ଦାସ ଠାରୁ ୧୨୨୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଶିବୁ ଅନେକ ଅପରାଧରେ ଜଡ଼ିତ ଥିବା ଜଣାପଡ଼ିଛି । ପୂର୍ବରୁ ବ୍ରାଉନସୁଗାର ଓ ବନ୍ଧୁକ କାରବାର ମାମଲାରେ ଫେରାର ଥିଲା ଶିବୁ । ସେହିପରି ଶିବୁ ନାଁରେ ୬ଟି ଅପରାଧିକ ମାମଲା ମଧ୍ୟ ରହିଛି । ୨୦୨୦ରୁ ଏଯାଏଁ ୫୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ୍ ।

Leave a Reply