ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୩ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟାକାଣ୍ଡ ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଅପରାହ୍ନରେ ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିବ ପୋଲିସ । ସୂଚନା ଅନୁସାରେ  ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଏବଂ ଚକେଇସିଆଣି ନିକଟ ରାସ୍ତାକଡରୁ କାର ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତଦେହ ।  ତେବେ ହତ୍ୟାକାଣ୍ଡରେ କଣ ସବୁ ବ୍ୟବହାର କରାଯାଇଥିଲା । ଏଥିରେ  କିଏ କିଏ ସାମିଲ ଥିଲେ ସେନେଇ ବର୍ତ୍ତମାନ ସୁଧା ପୋଲିସ କୌଣସି ସୂଚନା ଦେଇନାହିଁ ।

ତେବେ ଘଟଣା ସମ୍ପର୍କରେ ଅପରାହ୍ନ ୧୨.୩୦ରେ ହତ୍ୟାକାଣ୍ଡ ବାବଦରେ ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ । ତେବେ ଏହାକୁ ପୋଲିସ କମିଶନର ବଡ଼ ସଫଳତା ବୋଲି କୁହାଯାଉଛି । ଗତଥର ୨୨ବର୍ଷ ତଳର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏବେ ୧୩ବର୍ଷ ତଳର ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି ।

Leave a Reply