spot_img

Latest Posts

ଓଡ଼ଶାର ସୁନାପୁଅକୁ ନବୀନଙ୍କ ଉପହାର

ଭୁବନେଶ୍ବର: ଓଡ଼ଶାର ସୁନାପୁଅ ଅମିତ ରୋହିଦାସଙ୍କୁ ନବୀନଙ୍କ ଉପହାର। ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି କ୍ୟାସ ଆୱାର୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଭାରତୀୟ ହକି ଟିମ ଏସିଆନ ଗେମସରେ ଗୋଲ୍ଡ ମେଡାଲ ଜିତିଥିଲା। ଡିଫେଣ୍ଡର ଅମିତ ରୋହିଦାସଙ୍କ ଗୋଲ କମାଲ କରିଥିଲା। ୫-୧ରେ ଜାପାନକୁ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଦେଶର ଗୌରବକୁ ବଢ଼ାଇଥିବା ବେଳେ ଟିମକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଓଡ଼ିଆ ଷ୍ଟାର ଅମିତ ରୋହିଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅମିତଙ୍କ ପ୍ରଦର୍ଶନ ଯୁବପିଢି ଲାଗି ଏକ ପ୍ରେରଣା ।

ସୂଚନା ଥାଉକି, ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରସ୍କାର ଘୋଷଣା  କରିଛନ୍ତି। ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।

ଆଜିର ସଫଳତା ପ୍ରମାଣ କରିଛି ଯେ, ହକି ଏବେବି ଭାରତର ପ୍ରମୁଖ କ୍ରୀଡା ଭାବେ ସ୍ଥାନ ବଜାୟ ରଖିଛି । ଓଡ଼ିଶାରେ ମଧ୍ୟ ହକି ପ୍ରତି ସମସ୍ତଙ୍କ ଭଲ ପାଇବା ରହିଛି । ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ୱର୍ଣ୍ଣ ପାଇଁ ହକଦାର ଥିଲେ ।

ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।  ଉଲ୍ଲେଖଯୋଗ୍ୟ, ଆଜି ଏସିଆନ ଗେମ୍ସରେ ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତିଛି । ଏହି ବିଜୟ ସହ ଭାରତୀୟ ଦଳ ପାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ପ୍ରକାଶଥାଉକି, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଟିମକୁ ସ୍ପୋନ୍ସର କରିଆସୁଛନ୍ତି । ସେହିପରି ଦୁଇଦୁଇଥର ବିଶ୍ୱକପର ଆୟୋଜନ କରି ହକିକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଥିଲେ ଓଡ଼ିଶା ସରକାର ।

Latest Posts

Don't Miss