କ୍ରାଇମବ୍ରାଞ୍ଚର STF କବଜାରେ ୩ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ୩ ବ୍ରାଉନସୁଗାର ବେପାରୀ ଧରା ପଡିଥିବା ବେଳେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧାରୁ ପାଖାପାଖି ୧ କେଜି ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ। ୨୦୨୦ ମସିହା ଅପେକ୍ଷା ଚଳିତ ବର୍ଷ ଅଧିକ ବ୍ରାଉନ ସୁଗାର ଜବତ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ। ଏପରିକି ସେ ଏସଟିଏଫ୍ ଓ କମିଶନରେଟ ପୋଲିସକୁ ପ୍ରଶଂସା କରିଛନ୍ତି। ଗତ ଏକ ବର୍ଷରେ ୩୬ କେଜି ବ୍ରାଉନ ସୁଗାର ଓ ୭୪ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଶହେରୁ ଅଧିକ ବେପାରୀ ଗିରଫ ହୋଇଛନ୍ତି।

ସେହିପରି ସାଲିଆ ସାହିରୁ ୬ ହଜାର ଲିଟର ପୋଚ୍‌ ଓ ୫ ଶହ ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି। ଅବକାରୀ ସ୍କ୍ୱାଡ୍‌ ଓ ଭୁବନେଶ୍ୱର ନୟାପଲ୍ଲୀ ଥାନାର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ୮ଟି କେସ ରୁଜୁ ହେବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ।

ଅପରପକ୍ଷେ ଚଢ଼ାଉକୁ ଆହୁରି ବ୍ୟାପକ କରିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡିଛି।

Leave a Reply