କନ୍ଧମାଳ: ବିଳମ୍ବରେ ହେଉ ପଛେ ମିଳିଲା ନ୍ୟାୟ । ୫ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି କୋର୍ଟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଏକ ଦୁଷ୍କର୍ମ କେସ ବିଚାର କରିଛନ୍ତି ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ।
ଫିରିଙ୍ଗିଆ ଅଞ୍ଚଳର ଅଭିଯୁକ୍ତ ଜୟ ଦିଗାଲକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନ ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

