ମୁମ୍ବାଇ: ଆଉ ନାହାନ୍ତି ଦଙ୍ଗଲ ଗାର୍ଲ ସୁହାନୀ ଭଟ୍ଟନାଗର। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । କୁହାଯାଉଛି ଯେ, ଚିକିତ୍ସା ପାଇଁ ସୁହାନୀ ଯେଉଁ ମେଡିସିନ୍ ଖାଉଥିଲେ ତାର ସାଇଡ ଇଫେକ୍ଟ ଯୋଗୁଁ ତାଙ୍କ ଶରୀରରେ ପାଣି ଭର୍ତ୍ତି ହୋଇଯାଇଥିଲା । ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୁହାନୀ ଭଟ୍ଟନାଗର ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ। ଦଙ୍ଗଲ ଚଳଚ୍ଚିତ୍ରରେ ସେ ଅମିର ଖାନଙ୍କ ସାନ ଝିଅ ଭୂମିକାରେ ନଜର ଆସିଥିଲେ। ଆଜି ହୁଏତ ସୁହାନୀ ଏଇ ଦୁନିଆରେ ନାହାନ୍ତି କିନ୍ତୁ ‘ଦଙ୍ଗଲ’ରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ।

