୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା । ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ବିଜ୍ଞାପିତ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ସ୍ଥାପନକୁ ବିରୋଧ କରାଯାଇଛି । ଆଜି ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ଉଦଘାଟନ ତାରିଖ ରହିଥିବା ଯୋଗୁଁ ବନ୍ଦ ଡାକରା ଦିଆଯାଇଛି । ଲାଞ୍ଜିଗଡ଼ ଅଞ୍ଚଳରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ । ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର ବନ୍ଦ ରହିଛି । ଏହା ସହ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ କଳାବସ୍ତ୍ର ପରିଧାନ କରି ଜନ ସାଧାରଣ ଅଭିନବ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।

