ନୂଆଦିଲ୍ଲୀ: କେବଳ ଶୀତ ନୁହେଁ ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର । ଗୋଟିଏ ଘଣ୍ଟାରେ ଅନୁଭୂତ ହେଲା ୪ ଥର ଭୂମିକମ୍ପ । ଜମ୍ମୁ କଶ୍ମୀରରେ ସୋମବାର ରାତି ମାତ୍ର ଏକ ଘଣ୍ଟା ମଧ୍ୟରେ ୪.୭ ରୁ ୫.୫ ପର୍ଯ୍ୟନ୍ତର ରିକ୍ଟର ସ୍କେଲରେ ତିବ୍ରତା ଥିବା ଭୂକମ୍ପ ୪ ଥର ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ୪.୭ ତୀବ୍ରତା ପ୍ରଥମ ଝଟକା ରାତି ୧୦ଟା ୪୨ରେ ଅନୁଭୂତ ହୋଇଥିଲା । ଏହାର ୬ ମିନିଟ ପରେ ୫.୫ ତୀବ୍ରତାର ଦ୍ୱିତୀୟ ଥର ପାଇଁ ହୋଇଥିଲା ।
ରାତି ୧୦ଟା ୫୮ ମିନିଟରେ ୪.୬ ତୀବ୍ରତାର ତୃତୀୟ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରାତି ୧୧ଟା ୨୦ରେ ଭୂକମ୍ପ ୪ର୍ଥ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ୪ ଥର ଭୂକମ୍ପ ଅନୁଭୂତ ହୋଇଥିଲେ ବି କୌଣସି କ୍ଷୟକ୍ଷତି ହୋଇ ନାହିଁ । ଜମ୍ମୁ କଶ୍ମୀର ବ୍ୟତୀତ ଆଣ୍ଡାମାନ ନିକୋବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

