କଟକ: ବଦଳିଳେ ହକି ଓଡ଼ିଶାର ପଦାଧିକାରୀ । ନୂତନ କମିଟି ଘୋଷଣା କରିଛି ହକି ଓଡ଼ିଶା । ସଭାପତି ଭାବେ ଜଷ୍ଟିସ ଏ.ଏସ.ନାଇଡୁ ଓ ପ୍ରତାପ ଶତପଥୀ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କଟକ ବାରବାଟି ଷ୍ଟାଡ଼ିୟମ ପରିସରରେ ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ହକି ଓଡ଼ିଶାର ଏହି ସାଧାରଣ ପରିଷଦ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।
ବୈଠକରେ କିଟ୍ ବିଶ୍ବବିଦ୍ୟାଳୟକୁ ହକି ଓଡିଶାର ଅନୁବନ୍ଧିତ ଅନୁଷ୍ଠାନ ଭାବେ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଆଗାମୀ ଚାରିବର୍ଷ ପାଇଁ ହକିର ବିକାଶ ପାଇଁ ନୂଆ ପରିଷଦ କାମ କରିବ ବୋଲି କହିଛନ୍ତି ସଂପାଦକ ପ୍ରତାପ ଶତପଥୀ । ହକି ଓଡିଶାର ଆଗାମୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ଆଗାମୀ ବର୍ଷ ପାଇଁ ସଂଗଠନ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ନିର୍ବାହ କରିବା । ଯେଉଁ ଖେଳାଳିମାନେ ରହିଛନ୍ତି ସେମାନଙ୍କ କ୍ରୀଡ଼ା ଭବିଷ୍ୟତକୁ

