ଭୁବନନେଶ୍ବର; ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ I ପିସିସି ସଭାପତି ଭକ୍ତ ଚରଣ ଦାଶ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଥିଲେ I ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ସେବା ଦଳ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ l ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ଓ ଜାତୀୟ ସଂଗୀତ ଗାନ ହୋଇଥିଲା l ତେବେ ବର୍ତମାନର କେନ୍ଦ୍ର ସରକାର ଯେଉଁ ଭଳି ଭାବେ ଦେଶ ସ୍ୱାଧୀନତା ଆଣିବାରେ ଯେଉଁମାନଙ୍କ ଅବଦାନ ଥିଲା ସେମାନଙ୍କୁ ଅସମ୍ମାନ କରାଯାଉଛି l ବର୍ତମାନ ଦେଶ ବିଭାଜନ ଆଡକୁ ଯାଉଛି l ଏହାକୁ ରୋକିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଦୃଢ କରିବାକୁ ଆଜିର ଦିନରେ ଜାତୀୟ ପତାକା ତଳେ କଂଗ୍ରେସ କର୍ମୀ ମାନେ ଶପଥ ନେବାକୁ କହିଛନ୍ତି ପିସିସି ସଭାପତି ।

