ବରଗଡ଼: ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ ନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ଏକ ଅଭିଯୋଗ ଦିଆଯିବା ସହ ଉକ୍ତ ମହିଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଅବହେଳା କଲେ ଭୀମ ସେନା ରାଜରାସ୍ତାକୁ ଓଲ୍ହାଇବ ବୋଲୀ ଚେତାବନୀ ଦେଇଛନ୍ତି।
ତେବେ ମହିଳା ଜଣକ ବରଗଡ଼ର ଦେବୀକା ସିକା ହୋଇଥିବା ବେଳେ ସମ୍ବିଧାନ ଦିବସ ପାଳନକୁ ବିରୋଧ ସହ ସମ୍ବିଧାନକୁ ବିରୋଧ କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ମହିଳାଙ୍କ ଏହି ଭାଇରାଲ ଭିଡ଼ିଓ ଦେଖି ସୋସିଆଲ ମିଡିଆରେ ମହିଳାଙ୍କୁ କଡ଼ା ସମାଲୋଚନା କରାଯାଉଛି ।

